ପଖାଳ ପୁରାଣ

?ଆସ ସମସ୍ତେ ମିଶି ଗାନ କରିବା ପଖାଳ ପୁରାଣ ?

ନମସ୍ତେ ନମସ୍ତେ ପଖାଳ କଂସା
ତୋ ବିନା ଉଡେ ତୋ ଭକ୍ତଙ୍କ ହାଂସା ।
ଆସନ୍ତୁ ଶୁଣିବା ପଖାଳ ପୁରାଣ ମହିମା
ଯିଏ ଏ ପଖାଳ ପୁରାଣ ପଢ଼ନ୍ତି, ଶୁଣନ୍ତି ଓ ଖାଆନ୍ତି
ସିଏ ଏ ପଖାଳ କଂସାର ପ୍ରେମରେ ପଡନ୍ତି
ବାରି ବାଇଗଣ ସାଙ୍ଗରେ ସଜମଲ୍ଲୀ ପଖାଳ
ଯେ ଖାଇଲା ସେ ତା ଗୁଣ ଗାଇଲା
ପୁଣି କେବେ ଭାରି ସୁଆଦିଆ ଲାଗେ
କଷି ଆମ୍ବ ପକା ପଖାଳ ସାଥିରେ
ଆଳୁ ଚଟଣି, ବଡିଚୁରା, ମାଛ ଭଜାରୁ ଖଣ୍ଡେ
ହେଲେ ଲାଗେ ଭାରି ବଢ଼ିଆ
ସେଥରେ ପଡିଥିଲେ ଟିକେ ନଡିଆ
ଏମିତି ଏମିତି ଜମେ ପଖାଳ ଆସର
ଚିଙ୍ଗୁଡି ଚଟଣି ସାଥିରେ ଛୁଇଁ ବେସର
ସେ ତ ଓଡିଆର ଜୀବନ ଧନ ପଖାଳ କଂସା
ଗରମ ତାତିକୁ ଦିଏ ଭାରି ଆରାମ ।
ଗ୍ରୀଷ୍ମର ପ୍ରଖର ରୌଦ୍ର ତାତିରେ
ଯେତେବେଳେ ଦେହ ମନ ପୋଡିଯାଏ
ସେମିତି ପାଗରେ ପଖାଳ କଂସାରୁ
ଗଣ୍ଡେ ପଡିଗଲେ ପେଟରେ
ଥଣ୍ଡା ହୋଇଯାଏ ପୁରା ଦେହ ମୁଣ୍ଡରେ
ଧନୀ- ଗରିବ ସଭିଙ୍କ ପାଖରେ
ପଖାଳ କଂସାର ବଡ ଆଦର ।
ଗରିବ ଲୋକର ନିଅଣ୍ଟିଆ ଜୀବନରେ
ଏଇ ପଖାଳ କଂସା ହିଁ ସାହା ଭରସା
ଯେତେ ଦିନ ଯାଏଁ ଭୋକ ଥିବ
ସେତେଦିନ ଯାଏଁ ଘରେ ଘରେ
ଏଇ ପଖାଳ କଂସାର ନାଁ ରହିବ ।
ଯେତେ ବଖାଣିଲେ ସରିବନି ଏ ପଖାଳ ପୁରାଣ
ତେଣୁ ଭକ୍ତଗଣ ହାତ ତାଳି ଦେଇ
ଆନନ୍ଦ ମନରେ ପଖାଳ କଂସାର ଗୁଣ ଗାଅ ।
ଜୟ ଜୟ ପଖାଳ କଂସାର
ଜୟ ଜୟ ପଖାଳ କଂସାର ।।

Written by – Reeta Aparajeeta Mohanty
ଭୁବନେଶ୍ବର

LEAVE A REPLY

Please enter your comment!
Please enter your name here