*ନୀରବ ଯନ୍ତ୍ରଣା*
ମରିଲା ମନରେ ମୋର
ଅନେକ ଭାବନା
ମୁଠା ମୁଠା ହସ ଲୁହ
ମିଛ ସମ୍ଭାବନା ।
ତୁମେ ଚାଲିଗଲ..
ଋଷିଛି କଦମ୍ବ
ଶୁଖିଛି ଯମୁନା
ଶୂନ୍ୟ ବୃନ୍ଦାବନ ଖାଲି
କରୁଛି ଛଳନା ।
ଭାବୁଛି ମୁଁ ବସି
ତୁମକୁ’ତ ଦିନେ
ପ୍ରେମ କରିଥିଲି
ତୁମେ କାହିଁ କଲ ପ୍ରତାରଣା
ଭାବୁ ଭାବୁ ହସୁଛି
ହସୁ ହସୁ କାନ୍ଦୁଛି
ମୋ ଛାଇ ଖୋଜୁଛି ଏଠି
ମୋ ଦେହ ଠିକଣା ।
 Written by – କ୍ଷୀରୋଦିନୀ ବେହେରା  ( ସ୍ୱପ୍ନା  )

LEAVE A REPLY

Please enter your comment!
Please enter your name here