କିଛି କଥା, ଅନେକ ବ୍ୟଥା
୍୍୍୍୍୍୍୍୍୍୍୍୍୍୍୍୍୍୍୍
ଦିନ ତମାମ ଚାଲିଲା
ବିଶ୍ଵ ମହିଳା ଦିବସ ଉପଲକ୍ଷେ
ସୁନ୍ଦର ସୁନ୍ଦର ବାର୍ତ୍ତା
ଖୁସି ଲାଗିଲା, ହେଲେ
ପାଣିଚିଆ
ସଭାସମିତିରେ ଓଜସ୍ଵିନୀ ଭାଷଣ।
ନାରୀ-
ଜାୟା,ଜନନୀ, ଭଗିନୀ, ଦୁହିତା
ସୃଷ୍ଟି, ସ୍ଥିତି, ପ୍ରଳୟ କାରିଣୀ,
ସିମୀତ ରହିଲା
କାଗଜ, କଲମ ଆଉ ଭାଷଣରେ,
ଯେଉଁଠି ଗୋଟିଏ ଦୁଃଶାସନ କରିଥିଲା,
କୁରୁସଭାତଳେ ଦୌପଦୀର ବସ୍ତ୍ରହରଣ,
ଗୋଟିଏ ରାବଣ କଲା ସୀତାଙ୍କୁ
ହରଣ,
ସେହି ସ୍ଥାନରେ ପ୍ରତିମୂହୁର୍ତ୍ତ ରେ
ନାରୀ କଣ ପାଉଛି?
ଶହଶହ ଜନତା ସାମ୍ନାରେ ଚାଲୁଛି
ବସ୍ତ୍ରହରଣ,
ଜନତା, ନେତା,ପ୍ରଶାସନ
ନୀରବ ଦର୍ଶକ,
ସତେ ଅବା ନାରୀ
କାହାର ଭୋଗ୍ୟବସ୍ତୁ,
ଅବା ତିଆରି ଖେଳନା।
ହେଉଥିଲା ଫିରିଙ୍ଗିଶାସନ କାଳରେ।
ଆଜି ଦେଶ ସ୍ଵାଧିନ ର
ସତୁରି ଦଶକ ପରେ ବି
ବର୍ବରତା,ଅମାନୁଷିକ କାଣ୍ଡ ଚାଲିଛି।
ହଜିଯାଇଅଛି ,ବାପୁଙ୍କ ରାମରାଜ୍ୟ ସ୍ଵପ୍ନ,ବିବେକାନନ୍ଦ ଙ୍କ ମାତୃପ୍ରୀତି
ଗୋପବନ୍ଧୁ ଙ୍କ ସ୍ଵଦେଶପ୍ରେମ,
ସୁଭାଷ ବୋଷ ଙ୍କ ତେଜଭରା ବାଣୀ।
ତେବେ କଣ ପାଇଁ ଏ ଦିବସ ପାଳନ?କଣ ପାଇଁ ଏତେ ପ୍ରହସନ?
ସତରେ କଣ
ଏସବୁର ଯଥାର୍ଥତା ଅଛି?
ଏକଥା ମୁଁ କହୁନାହିଁ,
ମୋ ବିବେକ ମୋତେ ବାରମ୍ବାର
ଏ ପ୍ରଶ୍ନ କରି କ୍ଷତବିକ୍ଷତ କରୁଛି।
ଦରକାର ନାହିଁ ମାତୃତ୍ୱ ଦିବସ, ଶିଶୁ ଦିବସ, ମହିଳା ଦିବସ,
ସ୍ଵଛତା ଦିବସ ।
ଆମେ ଯଦି ନିଜ ପଥ
ନିଜେ ପରିସ୍କାର ରଖିବା,
ସତ୍,ନ୍ୟାୟ ର ଆଶ୍ରିତ
ତେବେ …..

Written by- ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର
ବାଲେଶ୍ୱର

LEAVE A REPLY

Please enter your comment!
Please enter your name here