ଏଇ ଜୀବନର ବନ୍ଧନ କେତେବେଳେ କାହା ସହିତ ଯୋଡି ହେଇଯାଏ , ଏଇ ଜୀବନ ବି ଜାଣି ନଥାଏ ,
କେହି ପର ହେଇଯାଏ ବହୁତ ଆପଣାର , ଯାହା ସହିତ ଛନ୍ଦି ହେଇଯାଏ ପ୍ରେମର ଡୋର , ବାନ୍ଧି ହେଇଯାଏ ସ୍ନେହ ମମତାର ସମ୍ପର୍କ , କିଛି ସମୟରେ ହେଇ ଯାଏ ସେ ସାରା ଜୀବନ ପାଇଁ ନିଜର , ଏମିତି କେମିତି ଏଇ ଭଗବାନଙ୍କ ସ୍ରୁଷ୍ଟି ? କେମିତି କେହି ପର ଏତେ ନିଜର ହେଇପାରେ , କେହି କାହାକୁ ଏତେ ଭଲ ପାଇ ପାରେ , ସେଇ ଭଲପାଇବାରେ କେହି କାହା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହେଇପାରେ , ଏଇଟା ହଉଛି ଇଶ୍ଵରଙ୍କର ସ୍ରୁଷ୍ଟି , ଯାହା କି ଆମ ହୃଦୟରେ ଘର କରି ରହିଥାଏ , ଆଉ ହୃଦୟ କହେ ଏଇ ସେଇ ହୃଦୟ ଯାହାକୁ ମୁଁ ଖୋଜୁଥିଲି , ତାପରେ ହେଇଯାଏ ହୃଦୟ ନିଜର , ସେଇ ହୃଦୟ ଭିତରେ ସେ ନିଜ ହୃଦୟକୁ ଅତି ନିକଟରୁ ଦେଖିପାରେ , ଆଉ ତାକୁ କହିପାରେ , ମୁଁ ତୁମକୁ ଭଲପାଏ ,

LEAVE A REPLY

Please enter your comment!
Please enter your name here