ବାପା ଆମେ ତୁମକୁ ଖୋଜୁଛୁ
ବାପା ଆଉ ଫେରିଲେନି ଚାଷ ଜମି ଅଧା ହଳ ହେଇଛି
ଭଉଣୀ ବାହାଘର ଆଗକୁ ଅଛି
ମୋ ସ୍କୁଲ୍‌ ପାଠ ବହିରେ ଅଳନ୍ଧୁ ଲାଗି ଗଲାଣି
ବୋଉ ଶାଢ଼ୀ ପଣତଟା ଆହୁରି ବେଶି ଚିରି ଗଲାଣି
ବାପା ଗଲା ପରଠୁ ସବୁଆଡେ ଖାଲି ଖରା
ମୋ ମୁଣ୍ଡ ଉପର ଛାଇଟା କେବେଠୁ ଲୁଚିଛି
ବାପା ଯେବେଠୁ ଗଲେଣି
ଆମ ଅପେକ୍ଷା ଖାଲି ଅପେକ୍ଷାରେ ରହିଗଲା
ବାପା ଦୁବେଇରୁ ଟଙ୍କା ଆଣିଲେ
ଆମ ସବୁ ସମସ୍ୟା ଅନ୍ତ ହେବା ଆଶା ଥିଲା
ସାହୁକାରର କରଜ ସୁଝା
ଆହୁରି ଯେଉଁ ରେଜା ବାକି ଥିଲା
ସେସବୁ ଖାତା ବନ୍ଦ୍‌ ହୋଇଯିବା ଆଶା ଥିଲା
ହେଲେ ବାପାଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟି ଗଲା
ଆମ ଅପେକ୍ଷା ଖାଲି ଅପେକ୍ଷାରେ ରହିଗଲା
ଆଖି ପାଣି ଆଖିରେ ମରିଗଲା
ଆମେ ଅଧା ଛପର ଘରେ
କେମିତି ଗୋଟେ ମଲା ପରି ଜିଉଁଛୁ
ନିଃଶ୍ବାସ ରୁନ୍ଧି ହୋଇ ଗଲାଣି
ଟିକେ ବିଶୁଦ୍ଧ ବାୟୁ ଖୋଜୁଛୁ
ବାପା ! ଆମେ ତୁମକୁ ଖୋଜୁଛୁ
ହଁ ବାପା,
ଆମେ ତୁମକୁ ଖୋଜୁଛୁ ।।
Written by – Reeta Aparajeeta Mohanty

LEAVE A REPLY

Please enter your comment!
Please enter your name here